ୱେବ୍‌ସାଇଟ୍ ପରିଚାଳନା ଏବଂ ପ୍ରକାଶନ ପ୍ଲାଟ୍‌‌ଫର୍ମ୍ (ଅନୁବାଦକ)

ଆପଣଙ୍କ ୱେବ୍‌ସାଇଟ୍ ଯେକୌଣସି ଭାଷାରେ - ତ୍ୱରିତ ଓ ସହଜରେ

ଅନୁବାଦକ ଏପରି ଏକ ପ୍ଲାଟଫର୍ମ ଯାହା ଆପଣଙ୍କର ୱେବ୍‌ସାଇଟ୍‌କୁ ଏକାଧିକ ଭାଷାରେ ପ୍ରସ୍ତୁତ କରିବା, ଲଞ୍ଚ କରିବା ଏବଂ ଅନୁକୁଳନ କରିବାର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରେ। ଏହି ପ୍ଲାଟଫର୍ମ ଆପଣଙ୍କୁ ଗ୍ରାହକଙ୍କ ସହିତ ଦ୍ରୁତ ଗତିରେ ଚାଲୁଥିବା ମାର୍କେଟ୍ ଏବଂ ସହଜରେ ବିଷୟବସ୍ତୁ ପରିଚାଳନା ସହିତ ସେମାନଙ୍କର ନିଜର ଭାଷାରେ ଯୋଗାଯୋଗ କରିବାକୁ ସକ୍ଷମ କରେ।

ଏକାଧିକ ଭାଷାରେ ଆପଣଙ୍କ ୱେବ୍‌ସାଇଟ୍‌ ଲଞ୍ଚ୍ କରନ୍ତୁ

ଶୀଘ୍ରତାର ସହିତ ମାର୍କେଟ୍‌କୁ‌ ଯାଆନ୍ତୁ

ଆପଣଙ୍କର ୱେବ୍‌ସାଇଟ୍‌‌କୁ ଏକାଧିକ ଭାଷାରେ ପ୍ରକାଶ କରନ୍ତୁ ଏବଂ ବ୍ୟାପକ ଦର୍ଶକଙ୍କ ନିକଟରେ ଖୁବ୍ ଶୀଘ୍ର ପହଞ୍ଚନ୍ତୁ। ଅନୁବାଦକ ସେଟ୍ ଅପ୍ କରିବା ସହଜ ଅଟେ। ଏହାର ନିରନ୍ତର ସ୍ଥାନୀୟକରଣ ଆପଣଙ୍କର ୱେବ୍‌ସାଇଟ୍‌ରେ ଯେକୌଣସି ପରିବର୍ତ୍ତନ ସ୍ୱୟଂଚାଳିତ ଭାବରେ ଅପଡେଟ୍ ହେବାର ନିଶ୍ଚିତତା ପ୍ରଦାନ କରେ।

ଆରମ୍ଭ କରନ୍ତୁ

ନୂତନ ମାର୍କେଟ୍‌ ପାଇଁ ସୁଯୋଗ ସୃଷ୍ଟି କରନ୍ତୁ

536 ମିଲିୟନ ଭାରତୀୟ ଭାଷା ଇଣ୍ଟରନେଟ ବ୍ୟବହାରକାରୀଙ୍କ ଆବଶ୍ୟକତାକୁ ପୂରଣ କରି ପ୍ରତିଯୋଗିତାରେ ଆଗରେ ରୁହନ୍ତୁ। ଅନୁବାଦକ ଆପଣଙ୍କ ୱେବ୍‌ସାଇଟ୍‌କୁ ଏକାଧିକ ଭାଷାରେ ଅନୁବାଦ କରେ ଏବଂ ଏସ୍.ଇ.ଓ ସୁସଂଗତିକୁ ସୁନିଶ୍ଚିନ୍ତ କରେ, ଯାହା ଦ୍ଵାରା ଏହା ବ୍ୟବହାରକାରୀଙ୍କ ପାଇଁ ସ୍ଥାନୀୟ ଭାଷାରେ ସନ୍ଧାନ କରିବା ଓ ଆବିଷ୍କାର କରିବାକୁ ସହଜ କରି ପାରିଥାଏ।

ଆରମ୍ଭ କରନ୍ତୁ

ସଂସାଧନଗୁଡିକୁ ଅନୁକୂଳିତ କରନ୍ତୁ ଏବଂ ବ୍ୟୟ ହ୍ରାସ କରନ୍ତୁ

ବହୁଭାଷୀ ୱେବସାଇଟ୍ ସ୍ଥାନୀୟକରଣରେ ସମୟ ଏବଂ ଶ୍ରମ ସଞ୍ଚୟ କରନ୍ତୁ। ଅନୁବାଦକଙ୍କ ଦକ୍ଷ କାର୍ଯ୍ୟପ୍ରବାହ ମୂଲ୍ୟସାପେକ୍ଷ ଅଟେ ଏବଂ ଆପଣଙ୍କ ଇନ୍-ହାଉସ ସଂସାଧନକୁ ଅନୁକୂଳିତ କରିବାକୁ ସକ୍ଷମ କରେ, ଯାହା ଦ୍ୱାରା ଆପଣଙ୍କ ବ୍ୟବସାୟକୁ ମୂଳ କାର୍ଯ୍ୟ ଉପରେ ଧ୍ୟାନକେନ୍ଦ୍ରିତ କରିବାର ସହାୟତା ମିଳିଥାଏ।

ଆରମ୍ଭ କରନ୍ତୁ

ବହୁଭାଷୀ ଏସ.ଇ.ଓ ସହିତ ୱେବ୍‌ସାଇଟ୍‌କୁ ଆବିଷ୍କାରଯୋଗ୍ୟ କରନ୍ତୁ

ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ୍ ଦ୍ୱାରା ସୃଷ୍ଟି ହୋଇଥିବା ସୀମାବଦ୍ଧତାକୁ ଅତିକ୍ରମ କରନ୍ତୁ ଏବଂ ଏକାଧିକ ଭାଷାରେ ଆପଣଙ୍କର ୱେବ୍‌ସାଇଟ୍‌ ଅନ୍ୱେଷଣ ହେବାର ସମ୍ଭାବନାକୁ ବଢ଼ାନ୍ତୁ। ଅନୁବାଦକ ସହିତ, ଆପଣ ଆପଣଙ୍କ ବିଷୟବସ୍ତୁକୁ ଏସ.ଇ.ଓ- ଅନୁକୂଳିତ କରିପାରିବେ ଏବଂ ବିଲ୍ଟ-ଇନ୍ ୱେବ୍ ଆନାଲିଟିକ୍ସ ସହିତ ଆପଣଙ୍କର ୱେବ୍‌ସାଇଟ୍‌ର କାର୍ଯ୍ୟଦକ୍ଷତାକୁ ଟ୍ରାକ୍ କରିପାରିବେ।

ଆରମ୍ଭ କରନ୍ତୁ

ଅତିସହଜରେ ମୂଲ୍ୟାୟନ ଏବଂ ପରିଚାଳନା କରନ୍ତୁ

ଆପଣଙ୍କ ବିଷୟବସ୍ତୁ ଏକାଧିକ ଭାଷାରେ ଉପଲବ୍ଧ ହେବା ସହିତ, ଆପଣଙ୍କ ସର୍ଚ୍ଚ ହିଟ୍ ଏବଂ ଅନଲାଇନ୍ ଟ୍ରାଫିକ୍ ବୃଦ୍ଧି ପାଇଥାଏ। ଅନୁବାଦକ ଆପଣଙ୍କୁ ଅନାୟାସରେ ବହୁଭାଷୀ ଡୋମେନ୍, ହୋଷ୍ଟିଂ ଏବଂ ଯେକୌଣସି ଭାଷା ପାଇଁ ସର୍ଭର ଆବଶ୍ୟକତାକୁ ସହଜରେ ପରିଚାଳନା କରିବାକୁ ସକ୍ଷମ କରେ, ଏହିପରି ଆପଣଙ୍କର ଟିମ୍‌ଗୁଡ଼ିକୁ ସେମାନଙ୍କର ପ୍ରମୁଖ ବିତରଣ ଉପରେ ଧ୍ୟାନ କେନ୍ଦ୍ରିତ କରିବାରେ ସହାୟତା ପ୍ରଦାନ କରିଥାଏ!

ଆରମ୍ଭ କରନ୍ତୁ

କୌଣସି କୋଡିଂ ନାହିଁ। କୌଣସି ସଂଘର୍ଷ ନାହିଁ।

ଅନୁବାଦକ ମୂଳରୂପରେ ଶୂନ୍ୟ କୋଡିଂ ପ୍ରୟାସ ଏବଂ ସର୍ବନିମ୍ନ ଆଇ.ଟି ନିର୍ଭରଶୀଳତାର ଆବଶ୍ୟକତା ଥିବା ଆପଣଙ୍କ ୱେବ୍‌ସାଇଟ୍‌ ସହିତ ଏକୀଭୂତ ହୁଏ। ଏହାର ଉନ୍ନତ ଡାଟା ସୁରକ୍ଷା ପଦ୍ଧତି ଏହା ସୁନିଶ୍ଚିତ କରେ ଯେ ଆପଣଙ୍କର ବିଷୟବସ୍ତୁ ନିରାପଦ ଏବଂ ପ୍ରମାଣିତ ପରିବେଶରେ ସୁରକ୍ଷିତ ଭାବରେ ରହିଛି।

ଆରମ୍ଭ କରନ୍ତୁ

ଶିଳ୍ପ ନେତୃବୃନ୍ଦଙ୍କ ଏକ ଦଶନ୍ଧିର ବୈଷୟିକ ଏବଂ ଭାଷା ଜ୍ଞାନକୌଶଳ ଅଭିଜ୍ଞତା ଦ୍ୱାରା ସମର୍ଥିତ ଉନ୍ନତ ଭାଷା ପ୍ରଯୁକ୍ତିବିଦ୍ୟା ଉପରେ ନିର୍ମିତ ଅନୁବାଦକ ବର୍ତ୍ତମାନ ଆପଣଙ୍କର ସମସ୍ତ ସ୍ଥାନୀୟ କରଣର ଆବଶ୍ୟକତା ପୂରଣ କରିବାକୁ ପ୍ରସ୍ତୁତ ଅଛି।

ଭିଡିଓ ପ୍ଲେ କରନ୍ତୁ

ମୂଲ୍ୟ

ଏକାଧିକ ଭାରତୀୟ ଭାଷାରେ ଆପଣଙ୍କର ୱେବ୍‌ସାଇଟ୍‌ ଲଞ୍ଚ୍ କରିବାକୁ ଯୋଜନା କରୁଛନ୍ତି କି? ବିଶେଷଜ୍ଞଙ୍କ ସହାୟତା ପ୍ରାପ୍ତ କରନ୍ତୁ

ବର୍ତ୍ତମାନ ପଞ୍ଜିକରଣ କରନ୍ତୁ ଏବଂ 11 ଟି ଭାରତୀୟ ଭାଷାରେ ଆପଣଙ୍କ ୱେବ୍‌ସାଇଟ୍‌କୁ ସ୍ଥାନୀୟକରଣ କରିବାରେ ଅନୁବାଦକ କିପରି ସହାୟତା ପ୍ରଦାନ କରେ ଦେଖନ୍ତୁ

ଆମର ଉତ୍ପାଦ ବିଷୟରେ ସର୍ବପ୍ରଥମେ ଜାଣନ୍ତୁ

ଆମେ ସବୁଠାରେ ଅଛୁ । ଆସନ୍ତୁ, କଥା ହୁଅନ୍ତୁ!