ଭାରତୀୟ ଭାଷା ପାଇଁ ଭଏସ୍ ସ୍ୟୁଟ୍

ଆପଣଙ୍କର ଗ୍ରାହକମାନଙ୍କ ସହିତ ସେମାନଙ୍କର ପସନ୍ଦର ଭାଷାରେ କଥା ହୁଅନ୍ତୁ

ଭଏସ୍ ହେଉଛି ଯୋଗାଯୋଗର ସବୁଠାରୁ ପ୍ରାକୃତିକ ଉପାୟ ଏବଂ ଏହା ପଢିବା, ଲେଖିବା ଏବଂ ଟାଇପ୍ କରିବା ଭଳି ଯୋଗାଯୋଗର ମାଧ୍ୟମର ପୂର୍ବରୁ ରହିଛି । ଅତିରିକ୍ତ ଭାବରେ, ଲେଖା ପଢା ଏବଂ ଟାଇପ୍ କରିବା ସାକ୍ଷରତାର ଉଚ୍ଚତମ ପର୍ଯ୍ୟାୟର ଆବଶ୍ୟକ କରିଥାଏ, ଯାହା ଅଣ-ସାକ୍ଷର, ସଂଯୋଜିତ ଗ୍ରାହକମାନଙ୍କୁ ଅନ୍ତର୍ଭୂକ୍ତ କରି ନଥାଏ। ରେଭରୀର ଭାରତୀୟ-ଭାଷା ଭଏସ୍ ସ୍ୟୁଟ୍ ଆପଣଙ୍କ ଗ୍ରାହକମାନଙ୍କୁ ଏହି ସାକ୍ଷରତା ପ୍ରତିବନ୍ଧକକୁ ଦୂର କରିବାରେ ସହାୟତା କରିବା ପାଇଁ ସକ୍ଷମ କରିଥାଏ ଏବଂ ଭଏସ୍-ଫାର୍ଷ୍ଟ ଡିଭାଇସ୍‌ରେ ସହଜ ଇଣ୍ଟରାକ୍ସନ ପାଇଁ ପଥ ପ୍ରସ୍ତୁତ କରିଥାଏ। ଏହାର ଅନ୍ତର୍ନିର୍ମିତ ଡୋମେନ୍-ବିନିର୍ଦ୍ଦିଷ୍ଟ ଶବ୍ଦକୋଷ ମଡେଲ ସହିତ, ଏହି ସ୍ୟୁଟ୍ ବ୍ୟବସାୟ ଏବଂ ଶିଳ୍ପଗୁଡିକ ପାଇଁ ଉଚ୍ଚ ସଠିକତା ପ୍ରଦାନ କରେ।

11 ଟି ଭାରତୀୟ ଭାଷାରେ ଆପଣଙ୍କର ୱେବ୍‌ସାଇଟ୍‌ର ପ୍ରକୃତ ସମୟର ଅନୁବାଦ

ବାସ୍ତବ-ସମୟର ଲିପ୍ୟାନ୍ତରଣ

ରେଭରୀର ସ୍ପିଚ୍-ଟୁ-ଟେକ୍ସଟ୍ (ଏସ୍.ଟି.ଟି) ଏବଂ ଟେକ୍ସଟ୍-ଟୁ-ସ୍ପିଚ୍ (ଟି.ଟି.ଏସ୍) ପ୍ରଯୁକ୍ତିବିଦ୍ୟା ବ୍ୟବହାରକାରୀଙ୍କ ଉଦ୍ଦେଶ୍ୟ ବୁଝିବା ଏବଂ ବିଭିନ୍ନ ଭାରତୀୟ ଭାଷାରେ ସଠିକ୍ ଭଏସ୍ ଆଉଟପୁଟ୍ ସକ୍ଷମ କରିବାରେ ବାସ୍ତବ-ସମୟରେ କାର୍ଯ୍ୟ କରେ। ଏସ୍.ଟି.ଟି ଆପ୍ଲିକେସନ୍ ଶିଳ୍ପ-ବିନିର୍ଦ୍ଦିଷ୍ଟ ଶବ୍ଦକୋଷ ଏବଂ ଭାଷା ମଡେଲ ଉପରେ ନିର୍ମିତ, ଯାହା ବାର୍ତ୍ତାଳାପ ସମ୍ବନ୍ଧୀୟ ଏସ୍.ଟି.ଟି ରୁପାନ୍ତରଣକୁ ସମର୍ଥନ କରେ। ଏହା ଆପଣଙ୍କୁ ଦ୍ୱିଭାଷୀ ଭାଷାର ଉପସ୍ଥିତିଗୁଡିକୁ ଚିହ୍ନଟ କରିବାକୁ ସହାୟତା କରେ, ଯାହା ଭାରତୀୟ ଭାଷା କଥୋପକଥୋନକାରୀମାନଙ୍କଠାରେ ଏକ ସାଧାରଣ ବିଷୟ। ଏହି ଟି.ଟି.ଏସ୍ ଟୁଲ୍ ବିଭିନ୍ନ ଭାଷା ଏବଂ ସ୍ୱର ବ୍ୟବହାର କରି ଏବଂ ସଂସ୍କୃତିର ସହିତ ଜଡିତ କଷ୍ଟମ୍ ଉଚ୍ଚାରଣଗୁଡିକ ପ୍ରଦାନ କରିବା ପାଇଁ ବହୁଭାଷୀ ଅଭିଧାନର ସମର୍ଥନ ଅନ୍ତର୍ଭୂକ୍ତ କରି ପ୍ରଶିକ୍ଷଣ କରା ହୋଇଛି।

କଷ୍ଟୋମାଇଜ୍ ଯୋଗ୍ୟ ଭାରତୀୟ-ଭାଷାର ଶବ୍ଦକୋଷ

ଭଏସ୍ ସ୍ୟୁଟ୍ ଆପଣଙ୍କୁ ଉତ୍ପାଦର ନାମ, ଡୋମେନ୍ ବିନିର୍ଦ୍ଦିଷ୍ଟ ଶବ୍ଦାବଳୀ କିମ୍ବା ବ୍ୟକ୍ତିବିଶେଷଙ୍କ ନାମ ଭଳି ୟୁଜ୍ କେସ୍ ପାଇଁ ସଠିକ୍ ଲିପ୍ୟାନ୍ତରଣ ସୃଷ୍ଟି କରିବାକୁ ସ୍ପିଚ୍ ଚିହ୍ନଟକାରୀ ଶବ୍ଦକୋଷକୁ ସଂଯୋଗ କରିବା ପାଇଁ ଅନୁମତି ପ୍ରଦାନ କରେ। ଏହି କଷ୍ଟୋମାଇଜ୍ ଯୋଗ୍ୟ ବୈଶିଷ୍ଟ୍ୟଗୁଡିକ ନିର୍ଦ୍ଦିଷ୍ଟ ଶିଳ୍ପ ଏବଂ ଶୀର୍ଷସ୍ଥାନୀୟ ପ୍ରତିଷ୍ଠାନର ସହିତ ସମ୍ବନ୍ଧିତ ନାମ ଏବଂ ଶବ୍ଦାବଳୀ ଆଚରଣଗୁଡିକରେ ସାମଞ୍ଜସ୍ୟତା ସୁନିଶ୍ଚିତ କରେ।

ଶିଳ୍ପ-ବିନିର୍ଦ୍ଦିଷ୍ଟ ଭାଷା ମଡେଲ

ଭାରତୀୟ-ଭାଷା ଭଏସ୍ ସ୍ୟୁଟ୍ ଡୋମେନ୍ କିମ୍ବା ଶିଳ୍ପ ବିନିର୍ଦ୍ଦିଷ୍ଟ ଭାଷା ମଡେଲ ଉପରେ ନିର୍ମିତ। ଏହାର ଅର୍ଥ ହେଉଛି ଉଦ୍ୟୋଗର ଶବ୍ଦାବଳୀ ଏବଂ ଭଏସ୍ ଆଉଟପୁଟ୍ କ୍ଷେତ୍ରରେ ଅଧିକ ସଠିକତା ପ୍ରଦାନ କରିବା ସମୟରେ ବ୍ୟାଙ୍କିଙ୍ଗ୍, ଫାଇନାନ୍ସ, ଇନସୁରାନ୍ସ ଇତ୍ୟାଦି ଶିଳ୍ପ ସହିତ ସମ୍ବନ୍ଧିତ ତଥା ଏପରି ଶିଳ୍ପଗୁଡିକ ପାଇଁ ନିର୍ମିତ ତଥ୍ୟ ଉପରେ ଭାଷା ମଡେଲକୁ ପ୍ରଶିକ୍ଷଣ କରା ହୋଇଛି। ଆପଣଙ୍କର ଗ୍ରାହକମାନଙ୍କୁ ସେମାନଙ୍କର ମାତୃଭାଷାରେ ସେବା ପ୍ରଦାନ କରିବା ପାଇଁ ଆପଣ ବର୍ତ୍ତମାନ ଅତି ସହଜରେ ଆପଣଙ୍କର ବିଦ୍ୟମାନ ବଟ୍ ଏବଂ ଭର୍ଚୁଆଲ୍ ଆସିଷ୍ଟାଣ୍ଟମାନଙ୍କ ସହିତ ଭାରତୀୟ ଭାଷା ଭଏସ୍ ସ୍ତରଗୁଡ଼ିକୁ ସହଜରେ ସଂଯୋଗ କରିପାରିବେ।

ଅଧିକ ସଠିକ୍ ଏବଂ ମାନବୀୟ ଉଚ୍ଚାରଣ

ରେଭରୀ ଭଏସ୍ ପ୍ରଯୁକ୍ତିବିଦ୍ୟା ଆପଣଙ୍କୁ ଭାରତୀୟ-ଭାଷାର ଶବ୍ଦଗୁଡିକର ଅଧିକ ସଠିକ୍ ଉଚ୍ଚାରଣ ସହିତ ଉଚ୍ଚ-ଗୁଣାତ୍ମକ ଭଏସ୍ ଆଉଟପୁଟ୍ ବିତରଣ କରିବାକୁ ସକ୍ଷମ କରେ। ସୁସ୍ପଷ୍ଟ ମାନବୀୟ ବୈଶିଷ୍ଟ୍ୟ ପ୍ରଦାନ କରିବା ପାଇଁ ଏହି ସମାଧାନ ଭିନ୍ନ ଭିନ୍ନ ପ୍ରକାରର ସ୍ୱର ଏବଂ ଲୟର ସହିତ ପୁରୁଷ ଏବଂ ମହିଳା ସ୍ୱରର ସଜୀବ ଧ୍ୱନିର ଏକ ବ୍ୟାପକ ଚୟନତା ପ୍ରଦାନ କରେ।

ଏକାଧିକ ଭାରତୀୟ ଉଚ୍ଚାରଣ ଏବଂ ଉପଭାଷା

ରେଭରୀର ଭାରତୀୟ-ଭାଷା ଭଏସ୍ ସ୍ୟୁଟ୍ ଏକାଧିକ ଭାରତୀୟ ଭାଷାର ସାଂସ୍କୃତିକ ଏବଂ ଭାଷାଗତ ସୂକ୍ଷ୍ମ ପାର୍ଥକ୍ୟକୁ ବିଚାର କରି ସ୍ୱତନ୍ତ୍ର ଭାବରେ ତାଲିମପ୍ରାପ୍ତ ହୋଇଛି। ଭାରତୀୟ ଭାଷାଗୁଡ଼ିକର ବିବିଧତା ସହିତ ତାହାର ଜଟିଳତା ପ୍ରତ୍ୟେକ ଭାଷା ସହିତ ଜଡିତ ବହୁ ଉଚ୍ଚାରଣ ଏବଂ ଉପଭାଷା ଦ୍ୱାରା ଅଧିକ ଜଟିଳ। ଆମର ଭଏସ୍ ସ୍ୟୁଟ୍ ଏହିପରି ବିବିଧ ଉଚ୍ଚାରଣ ଏବଂ ଉପଭାଷାକୁ ଚିହ୍ନଟ କରେ, ଭାଷାର ପ୍ରସଙ୍ଗ ଏବଂ ବ୍ୟବହାରକାରୀର ଉଦ୍ଦେଶ୍ୟକୁ ସଠିକ୍ ଭାବରେ ବୁଝେ ଏବଂ ଅଧିକ ଜଟିଳ କାର୍ଯ୍ୟ ସମ୍ପନ୍ନ କରିବା ପାଇଁ ବ୍ୟବହାରକାରୀ ସହିତ ଯୋଗାଯୋଗ କରେ।

ଆମେ ମୁକ୍ତ ରୂପରେ ଚ୍ୟାଲେଞ୍ଜିଂ ୟୁଜ୍ କେସ୍‌ଗୁଡିକୁ ସ୍ୱାଗତ ଜଣାଉ। ଆମେ ଆପଣଙ୍କର ଆବଶ୍ୟକତା ଉପରେ ଆଧାର କରି ଆମର ସମାଧାନଗୁଡିକୁ ପ୍ରସ୍ତୁତ କରିଥାଉ।

ଆମର ଉତ୍ପାଦ ବିଷୟରେ ସର୍ବପ୍ରଥମେ ଜାଣନ୍ତୁ

ଆମେ ସବୁଠାରେ ଅଛୁ । ଆସନ୍ତୁ, କଥା ହୁଅନ୍ତୁ!