ରେଭରୀ ନ୍ୟୁରାଲ୍ ମେସିନ୍ ଅନୁବାଦ (ଏନ୍.ଏମ୍.ଟି)

ଦ୍ରୁତ, ସଠିକ୍ ଏବଂ ବ୍ୟୟ-ପ୍ରଭାବୀ ସ୍ୱୟଂଚାଳିତ ଅନୁବାଦ

ଭାରତୀୟ ଭାଷାଗୁଡ଼ିକ ପାଇଁ ଏ.ଆଇ ସଂଚାଳିତ ରେଭରୀର ଏନ୍.ଏମ୍.ଟି ମାଧ୍ୟମରେ ଆପଣଙ୍କ ବିଷୟବସ୍ତୁକୁ ଶୀଘ୍ରତାର ସହ ଅନୁବାଦ କରନ୍ତୁ। ରେଭରୀର ଏନ୍.ଏମ୍.ଟି ଆପଣଙ୍କ ମ୍ୟାନୁଆଲ ଶ୍ରମ, ସମୟ ଏବଂ ପ୍ରୟାସ ଦୃଷ୍ଟିରୁ ଓଭରହେଡ୍ ରିସୋର୍ସ ଖର୍ଚ୍ଚ ହ୍ରାସ କରିବାକୁ ସକ୍ଷମ କରିବା ସହିତ ଆପଣଙ୍କ ବିଷୟବସ୍ତୁ ବିତରଣକୁ ଦ୍ରୁତତର ଏବଂ ଅଧିକ ସଠିକ୍ କରି ଆପଣଙ୍କ ବ୍ୟବସାୟରେ ମାନ ବୃଦ୍ଧି କରେ।

ଅନ୍ଲାଇନ୍‌ରେ ଆପଣଙ୍କର ବ୍ୟବସାୟ କରିବାର ପଦ୍ଧତି ପରିବର୍ତ୍ତନ କରନ୍ତୁ

ସଠିକ୍, ପ୍ରାସଙ୍ଗିକ ଅନୁବାଦ

ରେଭରୀ ଏନ୍.ଏମ୍.ଟି ଉତ୍ସର ଭାଷାରେ ବ୍ୟବହୃତ ବିଷୟବସ୍ତୁର ପ୍ରସଂଗକୁ ସଫଳତାର ସହିତ ଚିହ୍ନଟ କରେ ଏବଂ ସେହି ଅନୁଯାୟୀ ବିଷୟବସ୍ତୁର ସ୍ଥାନୀୟକରଣ ପ୍ରକ୍ରିୟାକରଣ କରେ। ଏହି ବୈଶିଷ୍ଟ୍ୟ ବିଷୟବସ୍ତୁର ସଠିକ୍ ଏବଂ ପ୍ରସଙ୍ଗଗତ ରୂପାନ୍ତରଣ, ଅର୍ଥ, ପ୍ରଭେଦତା ଏବଂ ସାଂସ୍କୃତିକ ସଂଯୋଗକୁ ସଂରକ୍ଷଣ କରିବାକୁ ଅନୁମତି ଦେଇଥାଏ।

ଅନୁବାଦର ଗୁଣବତ୍ତା ଏବଂ ଦକ୍ଷତାକୁ ଉନ୍ନତ କରନ୍ତୁ

ରେଭରୀ ଏନ୍.ଏମ୍.ଟି 11 ଟି ଭାରତୀୟ ଭାଷା ଏବଂ ଭାରତୀୟ ଇଂରାଜୀ ଭାଷାର ଉଚ୍ଚ-ଗୁଣାତ୍ମକ ମେସିନ୍ ଅନୁବାଦ ପ୍ରଦାନ କରେ। ଏହି ବୈପ୍ଳବିକ ସମାଧାନ ଏକାଧିକ ଉଦ୍ୟୋଗର ଭାଷାବିଦ୍, ଭାଷା ବିଶେଷଜ୍ଞ, ଇଞ୍ଜିନିୟର୍ ଏବଂ ଡୋମେନ୍ ବିଶେଷଜ୍ଞଙ୍କ ସହଯୋଗିତାରେ ନିର୍ମିତ ହୋଇଛି। ଏହାଛଡା, ଉଚ୍ଚଗୁଣମାନ ଏବଂ ସଠିକତା ପ୍ରଦାନ କରିବା ପାଇଁ ଏନ୍.ଏମ୍.ଟି ଇଞ୍ଜିନ୍ ସାମଗ୍ରିକଭାବରେ ଭାରତୀୟ ଭାଷାର ତଥ୍ୟ ଉପରେ ସ୍ୱତନ୍ତ୍ର ଭାବରେ ତାଲିମ ପ୍ରାପ୍ତ।

ମାର୍କେଟ୍‌ରେ ଦ୍ରୁତ ଗତିରେ ପ୍ରବେଶ କରନ୍ତୁ

ରେଭରୀ ଏନ୍.ଏମ୍.ଟି ସ୍ୱୟଂଚାଳିତ ଅନୁବାଦ ସହିତ ଶୀଘ୍ରତାର ସହିତ ମାର୍କେଟ୍‌ରେ ପ୍ରବେଶ କରିବାକୁ ସକ୍ଷମ କରେ। ଏହା ଆରମ୍ଭରୁ ହିଁ ଅନୁବାଦ କରିବାର ବିପରୀତରେ ଅତି ସହଜ ଭାବରେ ମ୍ୟାନୁଆଲ ଅନୁବାଦକମାନଙ୍କ ଦ୍ୱାରା କେବଳ ଅନୁବାଦ ଆଉଟ୍‌ପୁଟ୍‌କୁ ସଂପାଦନ କରିବା, ଅନୁକୁଳନ କରିବା ଏବଂ ଯାଞ୍ଚ କରିବା ଆବଶ୍ୟକ କରେ, ଏହିପରି ଏହା ସମୟ, ପ୍ରୟାସ ଏବଂ ମୂଲ୍ୟ ସଞ୍ଚୟ କରେ।

ବର୍ଦ୍ଧିତ ଡାଟା ସୁରକ୍ଷା

ରେଭରୀରେ, ଆପଣଙ୍କର ଡାଟାର ସୁରକ୍ଷା ଆମ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଏନ୍.ଏମ୍.ଟି ଅନ୍-ପ୍ରିମାଇଜ୍ କିମ୍ବା କେବଳ ଭୂମିକା-ଆଧାରିତ ପ୍ରବେଶ ପାଇଁ କଠୋର ଅନୁମତି ଦେଇଥିବା ଏକ ବ୍ୟକ୍ତିଗତ କ୍ଲାଉଡ୍ ରେ ସ୍ଥାପନ ହୋଇପାରିଥାଏ ଯାହା ଡାଟା ପରିପ୍ରକାଶକୁ ପ୍ରତିବନ୍ଧିତ କରିଥାଏ।

ଏକାଧିକ ଭାଷାରେ ଅନୁବାଦ କରନ୍ତୁ

ରେଭରୀ ଏନ୍.ଏମ୍.ଟି ଇଂରାଜୀରୁ ଭାରତୀୟ ଭାଷା, ଭାରତୀୟ ଭାଷାରୁ  ଭାରତୀୟ ଭାଷା ଏବଂ ଭାରତୀୟ ଭାଷାରୁ ଇଂରାଜୀରେ ଅନୁବାଦ ପ୍ରଦାନ କରେ। ସମ୍ପ୍ରତି, ଆମର ଏନ୍.ଏମ୍.ଟି ଭାରତୀୟ ଇଂରାଜୀ, ହିନ୍ଦୀ, ଗୁଜୁରାଟୀ, ମରାଠୀ, ତାମିଲ, ଅସମୀୟା, କନ୍ନଡ଼, ଓଡିଆ, ତେଲୁଗୁ, ବଙ୍ଗଳା, ମାଲାୟାଲମ୍, ଏବଂ ପଞ୍ଜାବୀ ଆଦି ସହ 11 ଟି ଭାରତୀୟ ଭାଷା ସମର୍ଥନ କରେ।

ଆଜିର ଗହଳିପୂର୍ଣ୍ଣ ମାର୍କେଟ୍‌ପ୍ଲେସ୍‌ରେ ବ୍ୟବସାୟକୁ ସୁଦୃଢ ଓ ସଶକ୍ତ କରିବା ପାଇଁ ଏନ୍.ଏମ୍.ଟି ଭାଷା ବିଶେଷଜ୍ଞ, ଉଦ୍ୟୋଗ ପ୍ରମୁଖ, ଏବଂ ଇଞ୍ଜିନିୟରଙ୍କ ସାହାଯ୍ୟରେ ଡିଜାଇନ୍ କରା ହୋଇଛି।

ଆମର ଉତ୍ପାଦ ବିଷୟରେ ସର୍ବପ୍ରଥମେ ଜାଣନ୍ତୁ

ଆମେ ସବୁଠାରେ ଅଛୁ । ଆସନ୍ତୁ, କଥା ହୁଅନ୍ତୁ!