ବହୁଭାଷୀ ଟେକ୍ସଟ୍ ପ୍ରଦର୍ଶନ ସ୍ୟୁଟ୍

ଭାରତରେ 893,862,000 ସେଲ ଫୋନ୍‌ର ଗୃହ ଭାବରେ, ଫୋନ୍ ନିର୍ମାତା ଏବଂ ଗେମ୍ ଡେଭେଲପରମାନଙ୍କୁ ସେମାନଙ୍କର ପହଂଚକୁ ଦ୍ରୁତ ଗତିରେ ବୃଦ୍ଧି କରିବାର ସୁଯୋଗ ପ୍ରଦାନ କରେ - ସେମାନଙ୍କୁ ବିଭିନ୍ନ ଭାରତୀୟ ମାର୍କେଟ୍‌ର ଲାଭ ଉଠାଇବାରେ ସହାୟତା କରେ। ରେଭରୀ ସେଲଫୋନକୁ ଅଧିକ ସ୍ଥାନୀୟ ଭାଷାପଯୋଗୀ କରିବା ପାଇଁ ଦୁଇଟି ଅନନ୍ୟ ସମାଧାନକୁ ନେଇ ଏକ ସୁଦକ୍ଷ ଫଣ୍ଟ୍ ସ୍ୟୁଟ୍ ମାଧ୍ୟମରେ ଏହାକୁ ସମ୍ଭବ କରିଥାଏ।

ନିଜ ପସନ୍ଦର ଭାଷାରେ ଅଭିବ୍ୟକ୍ତିର ସୁବିଧା ଉପଭୋଗ କରନ୍ତୁ।

ୟୁନିଟି ଫଣ୍ଟ୍ ସଫ୍ଟୱେର୍ ଡେଭ୍‌ଲପ୍‌ମେଣ୍ଟ କିଟ୍ (ଏସ୍.ଡି.କେ)

ୟୁନିଟି ପରି ଗେମିଂ ପ୍ଲାଟଫର୍ମଗୁଡିକ ସ୍କ୍ରିନରେ ଦ୍ରୁତ ରେଣ୍ଡରିଂ ଆବଶ୍ୟକ କରେ। ଜଟିଳ ଲିପିର ଫଣ୍ଟ୍ ଯେପରିକି ଭାରତୀୟ ଭାଷାଗୁଡ଼ିକ ଓପନ୍‌ଟାଇପ୍ ଫଣ୍ଟ୍ ବିଶେଷତାର ବ୍ୟବହାର କରନ୍ତି ଯାହାକି ଗଭୀର ପରିଚାଳନାର ଆବଶ୍ୟକ କରେ ଏବଂ ତେଣୁ ରେଣ୍ଡରିଂ ସ୍ପିଡ୍ ସହିତ କମ୍ପ୍ରମାଇଜ୍ କରା ହୋଇଥାଏ। ତେଣୁ ଗେମିଂ ପ୍ଲାଟଫର୍ମଗୁଡିକ ଓପନ୍‌ଟାଇପ୍ ବିଶେଷତାକୁ ସମର୍ଥନ କରେ ନାହିଁ। ରେଭରୀର ୟୁନିଟି ଫଣ୍ଟ୍ ଏସ୍.ଡି.କେ ହେଉଛି ଏକ ଡିସ୍ପ୍ଲେ ଏସ୍.ଡି.କେ ଯାହା ୟୁନିଟି ଗେମିଂ ଡେଭ୍‌ଲପର୍‌ଙ୍କୁ ଜଟିଳ ଭାରତୀୟ ଭାଷାକୁ ରେଣ୍ଡର କରିବାକୁ ସକ୍ଷମ କରିଥାଏ। ଏହା ପ୍ରୋପାଇଟାରୀ ସ୍କେଲେବଲ୍ ଟ୍ରୁଏଟାଇପ୍ ଫଣ୍ଟ୍ ବ୍ୟବହାର କରେ।

ବିଜ୍ଞାନସମ୍ମତ-ସଠିକ୍ ଫଣ୍ଟ୍

ରେଭରୀ ୟୁନିଟି ଫଣ୍ଟ୍ ଏସ୍.ଡି.କେ ଜଟିଳ ଭାରତୀୟ ଲିପିର ବର୍ଣ୍ଣଗୁଡିକର ସଠିକ୍ ପୁନଃ କ୍ରମ ଏବଂ କମ୍ପୋଜିସନକୁ ସୁନିଶ୍ଚିତ କରିବା ପାଇଁ କମ୍ପୋଜିସନ ଇଞ୍ଜିନ୍ ସହିତ ପ୍ରୋପ୍ରାଇଟାରୀ ଟ୍ରୁଏଟାଇପ୍ ଫଣ୍ଟ୍ ବ୍ୟବହାର କରେ। ଯେହେତୁ ଏସ୍.ଡି.କେ ଓପନ୍‌ଟାଇପ୍ ଫଣ୍ଟ ବ୍ୟବହାର କରେ ନାହିଁ, ଏହା ରେଣ୍ଡରିଂ ସ୍ପିଡ୍ କମ୍ପ୍ରମାଇଜ୍ ହୋଇ ନାହିଁ ବୋଲି ସୂନିଶ୍ଚିତ କରେ।

ଲାଇଟ୍‌‌ୱେଟ୍ ଇଞ୍ଜିନ୍

ମେମୋରୀ ଅପ୍ଟିମାଇଜେସନ୍ ଉନ୍ନତ କରିବା ଏବଂ ଅନ୍-ସ୍କ୍ରିନ୍ ରେଣ୍ଡରିଂ ସମୟକୁ ତ୍ୱରାନ୍ୱିତ କରିବା ପାଇଁ ରେଭରୀ ପ୍ରତିଟି ଫଣ୍ଟ୍‌କୁ ସମ୍ପୁର୍ଣ୍ଣ ଭାବରେ ବିକଶିତ କରିଛି - ଯାହା ଏକ ନିମଜ୍ଜିତ ଗେମିଂ ଅଭିଜ୍ଞତା ପ୍ରଦାନ କରିବା ପାଇଁ ଗୁରୁତ୍ୱପୁର୍ଣ୍ଣ ଅଟେ।

ପ୍ରିସାଇଜ୍ ରେଣ୍ଡରିଂ

ସ୍ଥାନୀୟ ଭାଷାର ଲିପିର ଜଟିଳତାର ସହିତ ସମ୍ମିଶ୍ରିତ ଆମର ଟେକ୍ସ୍‌ଟ୍ ରେଣ୍ଡରିଂ ଇଞ୍ଜିନ୍ ସହିତ ଭାରତୀୟ ଲିପିକୁ ଯଥାଯଥ ଭାବରେ ଏବଂ ସଠିକ୍ ଭାବରେ ପ୍ରସ୍ତୁତ କରା ହୋଇଛି। ଏହା ୟୁନିଟି ଗେମ୍ ଡେଭ୍‌‌ଲପର୍‌ମାନଙ୍କୁ ସେମାନଙ୍କର ଗେମ୍‌କୁ ରେଣ୍ଡରିଂର ସ୍ପିଡ୍ ସହିତ କମ୍ପ୍ରମାଇଜ୍ ନକରି ଭାରତୀୟ ଭାଷାରେ ପ୍ରକାଶ କରିବାକୁ ସକ୍ଷମ କରେ।

16ଟି ଭାରତୀୟ ଭାଷା ସମର୍ଥନ କରେ

ୟୁନିଟି ଫଣ୍ଟ୍ ଏସ୍.ଡି.କେ ଜଟିଳ ଲିପିଗୁଡ଼ିକ ଓ ସେମାନଙ୍କର ମୁଖ୍ୟ ପ୍ରଭେଦର ରେଣ୍ଡରିଂ ସହିତ କମ୍ପ୍ରମାଇଜ୍ ନ କରି ସଠିକ୍ ଭାବରେ 16ଟି ସ୍ଥାନୀୟ ଭାଷା ସମର୍ଥନ କରେ।

ଯୋଗାଯୋଗ କରନ୍ତୁ ଏବଂ ସଠିକ୍ ସ୍ଥାନୀୟକରଣର ସର୍ବାଧିକ ସୁବିଧା ପ୍ରାପ୍ତ କରନ୍ତୁ

ବି.ଆଇ.ଏସ୍ ଫଣ୍ଟ୍ ସ୍ୟୁଟ୍

ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ (ବି.ଆଇ.ଏସ୍) ବାଧ୍ୟତାମୂଳକ କରିଛନ୍ତି ଯେ ଦେଶର ମାର୍କେଟ୍‌ରେ ଉପଲବ୍ଧ ମୋବାଇଲ୍ ଡିଭାଇସ୍‌ଗୁଡିକ ସମସ୍ତ 22 ଟି ସରକାରୀ ଭାରତୀୟ ଭାଷାକୁ ସମର୍ଥନ କରିବା ଆବଶ୍ୟକ। ବି.ଆଇ.ଏସ୍ ଫଣ୍ଟ୍ ଡିସପ୍ଲେ ସ୍ୟୁଟ୍ କେବଳ ସର୍ବୋତ୍ତମ ଶ୍ରେଣୀଗତ ଗୁଣବତ୍ତା ଏବଂ ନିରବିଛିନ୍ନ ଏକୀକରଣର ଅତିରିକ୍ତ ଲାଭ ସହିତ ଫିଚର୍ ଫୋନ୍ ଓ.ଇ.ଏମ୍‌କୁ ଏହା କରିବାକୁ ସକ୍ଷମ କରିଛି।

କମ୍ ମେମୋରୀ ଫୁଟ୍‌ପ୍ରିଣ୍ଟ୍

ଆମର ବିଟ୍‌ମ୍ୟାପ୍ ଫଣ୍ଟ୍ ସଲ୍ୟୁସନ୍‌କୁ ସର୍ବନିମ୍ନ ରାମ୍‌ ସହିତ କାର୍ଯ୍ୟ କରିବା ପାଇଁ, ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଏବଂ ଆପ୍ଲିକେସନ୍‌ଗୁଡିକ ପାଇଁ ସ୍ଥାନ ଖାଲି କରିବା ପାଇଁ ଅତ୍ୟଧିକ ଅନୁକୁଳିତ କରା ହୋଇଛି।

ସଠିକ୍ ରେଣ୍ଡରିଂ

ଆମର ଟେକ୍ସଟ୍ ରେଣ୍ଡରିଂ ଇଞ୍ଜିନ୍, ଯାହା ସମୟ ସହିତ ପରିପୁର୍ଣ୍ଣତା ଲାଭ କରିଛି, ତାହା ଭାରତୀୟ ଲିପିଗୁଡ଼ିକର ଜଟିଳତା ସହିତ ସଂମିଶ୍ରିତ ଏବଂ ଯଥାଯଥ ରଚନା ଉପସ୍ଥାପନ କରେ।

ନିରବିଛିନ୍ନ ସମନ୍ୱୟ

ଏହି ସ୍ୟୁଟ୍ ଉଭୟ ଲୋକପ୍ରିୟ ଫିଚର୍ ଫୋନ୍ ପ୍ଲାଟଫର୍ମ - ସ୍ପ୍ରେଡ୍‌ଟ୍ରମ୍ ଏବଂ ମିଡିଆଟେକ୍ ସହିତ ନିରବିଚ୍ଛିନ୍ନ ଭାବରେ କାର୍ଯ୍ୟ କରିବାକୁ ଡିଜାଇନ୍ କରା ହୋଇଛି - ଏବଂ ଭିନ୍ନ ଭିନ୍ନ ସ୍କ୍ରିନ୍‌ର ଆକାରରେ 22 ଟି ଭାଷା ପାଇଁ ସମର୍ଥନ ପ୍ରଦାନ କରିଥାଏ।

ଯୋଗାଯୋଗ କରନ୍ତୁ ଏବଂ ସଠିକ୍ ସ୍ଥାନୀୟକରଣର ସର୍ବାଧିକ ସୁବିଧା ପ୍ରାପ୍ତ କରନ୍ତୁ

ଆମର ଉତ୍ପାଦ ବିଷୟରେ ସର୍ବପ୍ରଥମେ ଜାଣନ୍ତୁ

ଆମେ ସବୁଠାରେ ଅଛୁ । ଆସନ୍ତୁ, କଥା ହୁଅନ୍ତୁ!